logo

ଅଧିବେଶନ 1

ଚେକ୍-ଇନ୍

(1 ମିନିଟ)

ସମସ୍ତ ଅଂଶଗ୍ରହଣକାରୀ ଏବଂ ସହଯୋଗକାରୀଙ୍କୁ ଚେକ-ଇନ୍ କରାନ୍ତୁ ।

ଅଥବା zume.training/checkin ଏବଂ କୋଡ୍ ବ୍ୟବହାର କରନ୍ତୁ : 5678

ପ୍ରାର୍ଥନା କରନ୍ତୁ

(୫ ମିନିଟ)

ପ୍ରାର୍ଥନା ସହିତ ଆରମ୍ଭ କରନ୍ତୁ । ପବିତ୍ରଆତ୍ମାଙ୍କ ବିନା ଆଧ୍ୟାତ୍ମିକ ଜ୍ଞାନ ଏବଂ ପରିବର୍ତ୍ତନ ସମ୍ଭବ ନୁହେଁ । ଏହି ଅଧିବେଶନ କାଳ ମଧ୍ୟରେ ଆପଣଙ୍କୁ ମାର୍ଗଦର୍ଶନ କରିବା ପାଇଁ ତାଙ୍କୁ ଆମନ୍ତ୍ରଣ କରିବା ପାଇଁ ଏକ ଗୋଷ୍ଠୀ ଭାବରେ ସମୟ ନିଅନ୍ତୁ ।

ସାରାଂଶ

(1 ମିନିଟ)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

  • ଈଶ୍ବର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
  • ଶିଷ୍ୟ ଏବଂ ମଣ୍ଡଳୀର ସରଳ ସଜ୍ଞା
  • ଆଧ୍ୟାତ୍ମିକ ଶ୍ୱାସକ୍ରିୟା

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଏସ୍.ଓ.ଏ.ପି.ଏସ୍ ବାଇବଲ ପଠନ
  • ଉତ୍ତରଦାୟିତ୍ୱ ଗୋଷ୍ଠୀ

ପଢ଼ନ୍ତୁ

(୫ ମିନିଟ)

ଈଶ୍ବର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି

ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ । ଯୁମେ ହେଉଛି ଖମୀର ପାଇଁ ଗ୍ରୀକ୍‌ ଶବ୍ଦ ।

ଯୀଶୁ ଆମକୁ କହନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ଖମୀର ଭଳି । ଜଣେ ସ୍ତ୍ରୀଲୋକ ବଡ ପାତ୍ରରେ ଥିବା ଅଟା ସହିତ ଅଳ୍ପ ଖମୀର ମିଶାଏ ।

ସେ ଖମୀରକୁ ମିଶାଉ ଥିବା ବେଳେ, ଏହା ବ୍ୟାପୀ ସମସ୍ତ ଦଳା ଅଟାକୁ ଫୁଲାଇ ଦିଏ ।

ଯୀଶୁ ଆମକୁ ଦର୍ଶାଉଥିଲେ ଯେ ଜଣେ ସାଧାରଣ ବ୍ୟକ୍ତି/ କିଛି କ୍ଷୁଦ୍ର ଜିନିଷକୁ ନେଇପାରିବ ଏବଂ ଏହାକୁ ବ୍ୟବହାର କରି ଏକ ଅତି ବଡ ପ୍ରଭାବ ପକାଇ ପାରିବ ।

ଆମର ସ୍ୱପ୍ନ ହେଉଛି ତାହା କରିବାକୁ ଯାହା ଯୀଶୁ କହିଲେ ଈଶ୍ୱରଙ୍କ ରାଜ୍ୟରେ ଏକ କ୍ଷୁଦ୍ର ଉପକରଣ ବ୍ୟବହାର କରି ଏକ ବଡ ପ୍ରଭାବ ପକାଇବାରେ ଲୋକମାନଙ୍କୁ ସାହାଯ୍ୟ କରିବା ।

ଯୀଶୁଙ୍କର ତାଙ୍କ ଅନୁଗାମୀମାନଙ୍କୁ ଶେଷ ନିର୍ଦ୍ଦେଶ ଅତି ସରଳ ଥିଲା । ସେ କହିଲେ --- ସ୍ୱର୍ଗ ଓ ପୃଥିବୀର ଅଧିକାର ମୋତେ ଦିଆଯାଇଛି । ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର । ପରମ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବପ୍ତିସ୍ମ ଦିଅ । ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି , ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ । ଜଗତର ଶେଷ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି ।

ଯୀଶୁଙ୍କ ଆଦେଶ ଅତି ସରଳ ଥିଲା । ଶିଷ୍ୟ କର ---

ତାହା କିପରି କରାଯିବ ସେ ବିଷୟରେ ତାଙ୍କ ନିର୍ଦ୍ଦେଶବି ସରଳ ଥିଲା -- ଯେଉଁଠାକୁବି ଯାଉଛ ସେଠାରେ ଶିଷ୍ୟ କର ।

  • ପରମ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦେଇ ଶିଷ୍ୟ କର ।
  • ମୋ କହିଥିବା କଥା ସବୁକୁ ପାଳନ କରିବାକୁ ଶିକ୍ଷା ଦେଇ ଶିଷ୍ୟ କର ।

ତେଣୁ ଜଣେ ଶିଷ୍ୟ କରିବାର ସୋପାନଗୁଡିକ କ’ଣ ?

  • ଆମେ ସବୁ ସମୟରେ ଶିଷ୍ୟ କରୁ ଯେଉଁଠାକୁବି ଯାଉ ଆଉ ଯାଉ ଯାଉ । 
  • ଯେବେ ଜଣେ କେହି ଯୀଶୁଙ୍କ ଅନୁଗାମୀ ହେବାର ନିଷ୍ପତ୍ତି ନିଅନ୍ତି ସେ ବାପ୍ତିସ୍ମ ପାଇବା ଉଚିତ । 
  • ସେମାନେ ବୃଦ୍ଧି ପାଉଥିବା ବେଳେ ଯୀଶୁଙ୍କ ଆଦେଶ ପାଳନ କରିବା ପାଇଁ ଆମେ ପ୍ରତ୍ୟେକ ଶିଷ୍ୟଙ୍କୁ ଶିକ୍ଷା ଦେବା ଉଚିତ।

ଯେହେତୁ ତାଙ୍କର ଅନ୍ୟତମ ଆଦେଶ ହେଉଛି ଶିଷ୍ୟ କରିବା ତାର ମାନେ ହେଲା ଯୀଶୁଙ୍କ ଅନୁଗାମୀ ପ୍ରତ୍ୟେକ ଶିଷ୍ୟଙ୍କୁ କିପରି ଅନ୍ୟଙ୍କୁ ଶିଷ୍ୟ କରିବାକୁ ହେବ ତାହା ଶିଖିବାକୁ ହେବ ।

ସେହି ଶିଷ୍ୟମାନଙ୍କୁ ଶିଷ୍ୟ କରିବାକୁ ହେବ ଆଉ ଶିଷ୍ୟ ହେଇଥିବା ଶିଷ୍ୟମାନଙ୍କୁ ମଧ୍ୟ ଶିଷ୍ୟ କରିବାକୁ ହେବ ।

ଶିଷ୍ୟମାନଙ୍କୁ ବହୁଗୁଣିତ କରିବା ଯୁମେ ସେହିପରି ଭାବେ କାମ କରେ ।

ଏହା ଖମୀର ପରି ଦଳା ଅଟା ଭିତରେ ସର୍ବତ୍ର ପ୍ରବେଶ କରେ ଦଳା ଅଟା ଫୁଲି ନଯିବା ପର୍ଯ୍ୟନ୍ତ ।

ଯାଇ ଶିଷ୍ୟ କରିବା ପାଇଁ ଆଦେଶ ଦେବାବେଳେ ଯୀଶୁ ଏକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ଯୀଶୁ କହିଲେ - ଜଗତର ଶେଷ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି ।

ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ଭରସା ରଖିବା ଉଚିତ ଯେ ଯୀଶୁ ସର୍ବଦା ଆମ ସହ ଅଛନ୍ତି । କାରଣ ସେ ଅଛନ୍ତି ।

ମାତ୍ର ତାର ଏହା ମଧ୍ୟ ଅର୍ଥ ଯେ ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ସମର୍ପିତ ହେବା ଉଚିତ ଯେ ସେ ଚାହାଁନ୍ତି ଆମେ ପ୍ରତ୍ୟେକେ ଶିଷ୍ୟ କରୁ । କାରଣ ସେ ଚାହାଁନ୍ତି।

ଯୀଶୁ କହିଲେ - ସ୍ୱର୍ଗ ଓ ପୃଥିବୀର ଅଧିକାର ମୋତେ ଦିଆଯାଇଛି । ତେଣୁ ଯାଅ ଓ ଶିଷ୍ୟ କର ।

ଆମକୁ ପଠାଇବା ବେଳେ ଯେଉଁ ଅଧିକାର ଉପରେ ଯୀଶୁ ନିର୍ଭର କରନ୍ତି ହେଉଛି/ ତାଙ୍କ ନିଜ ଅଧିକାର ।

ଯୀଶୁ କହନ୍ତି ତାଙ୍କଠାରୁ ବଡ ଆଉ କୌଣସି କର୍ତ୍ତୃତ୍ୱ ନାହିଁ । କୌଣସି ପ୍ରଥାର ଅଧିକ କର୍ତ୍ତୃତ୍ୱ ନାହିଁ ।

କୌଣସି ସଭ୍ୟତାର ଅଧିକ କର୍ତ୍ତୃତ୍ୱ ନାହିଁ । ଧରା ପୃଷ୍ଠରେ କୌଣସି ଆଇନ୍‌ ର ଅଧିକ କର୍ତ୍ତୃତ୍ୱ ନାହିଁ ।

ଯୀଶୁ କହିଲେ - ଯାଅ ଓ ଶିଷ୍ୟ କର ।

ଆଉ ଯୁମେ ପରି ଖମୀର ପରି ଆମେ ଆଗେଇବା ଓ ବୃଦ୍ଧି ପାଇବା କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ ।

ଚର୍ଚ୍ଚା କରନ୍ତୁ

(୧୦ ମିନିଟ)

ଯଦି ଯୀଶୁ ତାଙ୍କର ପ୍ରତ୍ୟେକ ଅନୁଗାମୀ ତାଙ୍କର ମହାନ ଆଦେଶ ମାନନ୍ତୁ ବୋଲି ଚାହିଁଥିଲେ, ତେବେ ପ୍ରକୃତରେ ଏତେ କମ୍ ଲୋକ କାହିଁକି ଶିଷ୍ୟ ନିର୍ମାଣ କରନ୍ତି?

ପଢ଼ନ୍ତୁ

(୫ ମିନିଟ)

ଶିଷ୍ୟ ଏବଂ ମଣ୍ଡଳୀ

ସେସମସ୍ତ ପ।ଳନ କରିବ।କୁ ସେମ।ନଙ୍କୁ ଶିକ୍ଷ। ଦିଅ ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ । ହି ସେସନ୍‌ରେ ଆମେ ଆଲୋଚନା କରିବା ଶିଷ୍ୟଗଣ ଓ ମଣ୍ଡଳୀ ବିଷୟରେ ।

ଏକ ଶିଷ୍ୟ କ’ଣ? ଆପଣ କିପରି ଜଣକୁ ଶିଷ୍ୟ କରିବେ?

କପରି ଆପଣ ଯୀଶୁଙ୍କର ଜଣେ ଅନୁଗାମୀକୁ ଯୀଶୁଙ୍କ ଆଦେଶ ସବୁ ମାନିବାର ଶିକ୍ଷା ଦେଇପାରିବେ? କପରି ଆପଣ ଭୌତିକ ଜୀବନ ବଞ୍ଚୁଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଈଶ୍ୱରଙ୍କ ରାଜ୍ୟର ନାଗରିକ ହେବା ପାଇଁ ସୁସଜ୍ଜିତ କରିପାରିବେ?

ଶିଷ୍ୟ ଶବ୍ଦର ମାନେ ହେଲା ଜଣେ ଅନୁଗାମୀ । ତେଣୁ ଜଣେ ଶିଷ୍ୟ ହେଉଛି ଈଶ୍ୱରଙ୍କର ଜଣେ ଅନୁଗାମୀ । ଯୀଶୁ କହିଲେ --- ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି । ତେଣୁ ଈଶ୍ୱରଙ୍କ ରାଜ୍ୟରେ ଯୀଶୁ ହେଉଛନ୍ତି ଆମର ରାଜା । ଆମେ ହେଉଛେ ତାଙ୍କ ନାଗରିକ ତାଙ୍କ ଇଚ୍ଛାଧୀନ ପ୍ରଜା । ତାଙ୍କର କାମନା, ଉଦ୍ଦେଶ୍ୟ, ଅଭିପ୍ରାୟ, ପ୍ରାଥମିକତା ଓ ମୂଲ୍ୟ ସବୁ ସର୍ବୋଚ୍ଚ ଓ ସର୍ବୋତ୍ତମ । ତାଙ୍କ ବାକ୍ୟ ହେଉଛି ନିୟମ । ତେବେ ରାଜ୍ୟର ବ୍ୟବସ୍ଥା କ’ଣ? ଯୀଶୁ ତାଙ୍କ ନାଗରିକମାନଙ୍କୁ କ’ଣ କରିବାକୁ କୁହନ୍ତି?

ଯୀଶୁ କହିଲେ - ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର । ଯୀଶୁ କହିଲେ - ତୁମ୍ଭେ ନିଜକୁ ପ୍ରେମ କରିଲା ଭଳି, ନିଜ ପ୍ରତବାସୀକି ପ୍ରେମ କର । ଯୀଶୁ କହିଲେ ପୁରାତନ ନିୟମରୁ ପରମେଶ୍ୱରଙ୍କ ଆଦେଶ ଓ ସମସ୍ତ ବ୍ୟବସ୍ଥାଶାସ୍ତ୍ର ଏବଂ ଭବିଷ୍ୟବକ୍ତାଙ୍କ କଥନର ଏହି ଦୁଇଟି ବାକ୍ୟରେ ସାରାଂଶ କରିହେବ - ଈଶ୍ୱରଙ୍କୁ ପ୍ରେମ କର ଆଉ ଲୋକଙ୍କୁ ପ୍ରେମ କର । ଯୀଶୁ କହିଲେ - ଶିଷ୍ୟ କର । ଯୀଶୁ କହିଲେ - ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ ।

ଯେହେତୁ ଶିଷ୍ୟ କରିବାରେ ଯୀଶୁଙ୍କ ଆଦେଶ ପାଳନର ଶିକ୍ଷା ଅନ୍ତର୍ଭୁକ୍ତ ନୂତନ ନିୟମର ଗୋଟିଏ ବାକ୍ୟରେ ସାରାଂଶ କରିହେବ - ଶିଷ୍ୟ କର ।

ଜଣେ ଶିଷ୍ୟ ହେଉଛନ୍ତି ଯୀଶୁଙ୍କ ଅନୁଗାମୀ ଯିଏ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଲୋକଙ୍କୁ ପ୍ରେମ କରନ୍ତି ଆଉ ଶିଷ୍ୟ କରନ୍ତି ।

ତେବେ ଏକ ଚର୍ଚ୍ଚ କ’ଣ ?

ଆପଣ ବୋଧହୁଏ ଭାବୁଥାଇ ପାରନ୍ତି ଯେ ଚର୍ଚ୍ଚ ହେଉଛି ଏକ ଭବନ ଯେଉଁଠାକୁ ଆପଣ ଯାଆନ୍ତି । ମାତ୍ର ଈଶ୍ୱରଙ୍କ ବାକ୍ୟ ଚର୍ଚ୍ଚକୁ ଏକ ମଣ୍ଡଳୀ ଭାବରେ ବର୍ଣ୍ଣନା କରେ ଏକ ସମାଜ ଯାହାର ଆପଣ ଅଂଶ ।

ଚର୍ଚ୍ଚ ଶବ୍ଦକୁ ବାଇବଲରେ ତିନୋଟି ଭିନ୍ନ ଉପାୟରେ ବର୍ଣ୍ଣନା କରାଯାଇଛି ।

  • ୟୁନିଭର୍ସାଲ୍‌ ଚର୍ଚ୍ଚ ଅର୍ଥାତ୍‌ ପରମେଶ୍ୱରଙ୍କ ମଣ୍ଡଳୀ ଯେତେ ଲୋକ ପୂର୍ବେ ଥିଲେ ଅଛନ୍ତି ଓ ରହିବେ ହେଉଛନ୍ତି ଯୀଶୁଙ୍କର ଅନୁଗାମୀ ।
  • ସିଟି କିମ୍ବା ରିଜିଓନାଲ୍‌ ଚର୍ଚ୍ଚ ଅର୍ଥାତ୍‌ ର୍ନଗର କିମ୍ବା ଆଞ୍ଚଳିକ ମଣ୍ଡଳୀ ସେ ସମସ୍ତ ଲୋକେ ଯିଏ ଯୀଶୁଙ୍କ ଅନୁସରଣ କରନ୍ତି ଓ ପୃଥିବୀର କୌଣସି ନିର୍ଦ୍ଧିଷ୍ଟ ସ୍ଥାନ କିମ୍ବା ତାର ଆଖପାଖରେ ବାସ କରନ୍ତି ।
  • ହାଉସ୍‌ ଚର୍ଚ୍ଚ ଅର୍ଥାତ୍‌ ଘର ମଣ୍ଡଳୀ ସେ ସମସ୍ତ ଲୋକେ ଯିଏ ଯୀଶୁଙ୍କ ଅନୁସରଣ କରନ୍ତି ଓ ଆପଣା ମଧ୍ୟରୁ ଜଣଙ୍କ କିମ୍ବା ଅନେକଙ୍କ ଘରେ ସମ୍ମିଳିତ ହୁଅନ୍ତି ।

 

ଏକ ଆତ୍ମିକ ପରିବାର ଯୀଶୁଙ୍କ ଅନୁଗାମୀ ଯିଏ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଲୋକଙ୍କୁ ପ୍ରେମ କରନ୍ତି ଆଉ ଶିଷ୍ୟ କରନ୍ତି । ଆଉ ଯିଏ ସ୍ଥାନୀୟ ଭାବେ ସମ୍ମିଳିତ ହୁଅନ୍ତି ସେମାନେ ଏହି ଶେଷ ପ୍ରକାରର ଚର୍ଚ୍ଚର ଅଂଶ ହୁଅନ୍ତି । ଘର ମଣ୍ଡଳୀ କିମ୍ବା ସରଳ ଚର୍ଚ୍ଚ ।

ଯେବେ ସରଲ ଚର୍ଚ୍ଚର ଏହି ଦଳଗୁଡିକ କିଛି ଅଧିକ ବଡ କାମ କରିବା ପାଇଁ ପରସ୍ପର ସହିତ ସମ୍ପର୍କିତ ହୁଅନ୍ତି ଏକତ୍ରିତ ହୁଅନ୍ତି ସେମାନେ ଏକ ନଗର କିମ୍ବା ଏକ ଆଞ୍ଚଳିକ ମଣ୍ଡଳୀ ଗଢିପାରିବେ ।

ସେସବୁ ସରଳ ଚର୍ଚ୍ଚଗୁଡିକ ଅଞ୍ଚଳରେ ନେଟ୍‌ୱାର୍କ କରି ଆଉ ଈତିହାସରେ ବିସ୍ତାରିତ ହୋଇ ୟୁନିଭର୍ସାଲ୍‌ ଚର୍ଚ୍ଚ ଅର୍ଥାତ୍‌ ପରମେଶ୍ୱରଙ୍କ ମଣ୍ଡଳୀ ଗଠନ କରନ୍ତି ।

ତାହା ହେଉଛି ଚର୍ଚ୍ଚ ଏକ ବଡ ସି ସହ ।

ସରଳ ମଣ୍ଡଳୀଗୁଡିକ ହେଉଛନ୍ତି ଯୀଶୁଙ୍କୁ ସେମାନଙ୍କ ରାଜା ଭାବେ କେନ୍ଦ୍ରରେ ରଖି ଆତ୍ମିକ ପରିବାର । ସରଳ ମଣ୍ଡଳୀଗୁଡିକ ହେଉଛନ୍ତି ଆତ୍ମିକ ପରିବାର ଯିଏ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଅନ୍ୟମାନଙ୍କୁ ପ୍ରେମ କରନ୍ତି ଆଉ ଶିଷ୍ୟ କରନ୍ତି ଯିଏ ବହୁଗୁଣିତ ହୁଅନ୍ତି । କେତେକ ମଣ୍ଡଳୀଗୁଡିକର ଭବନ ଆଉ କାର୍ଯ୍ୟକ୍ରମ ଆଉ ବିତ୍ତ ଆଉ କର୍ମଚାରୀ ଥାଆନ୍ତି । ମାତ୍ର ସରଳ ମଣ୍ଡଳୀଗୁଡିକର ଏସବୁ କିଛି ଦରକାର ନଥାଏ ଈଶ୍ୱରଙ୍କୁ ପ୍ରେମ କରିବାକୁ, ଅନ୍ୟମାନଙ୍କୁ ପ୍ରେମ କରିବାକୁ ଆଉ ଆଉ ଶିଷ୍ୟ କରିବାକୁ ଯିଏ ବହୁଗୁଣିତ ହୁଅନ୍ତି । ଆଉ ଯେହେତୁ କିଛିବି ଅଧିକ ମଣ୍ଡଳୀକୁ ବେଶୀ ଜଟିଳ କରେ ଓ ବହୁଗୁଣିତ ହେବାକୁ କଷ୍ଟକର କରେ ଆମ ପ୍ରଶିକ୍ଷଣ, ଭବନ ଆଉ କାର୍ଯ୍ୟକ୍ରମ ଆଉ ବିତ୍ତ ଆଉ କର୍ମଚାରୀ ପରି ଜିନିଷଗୁଡିକୁ ସରଳ ମଣ୍ଡଳୀରୁ ବହୁଗୁଣିତ ହୋଇ ନିର୍ମିତ ନଗର କିମ୍ବା ଆଞ୍ଚଳିକ ମଣ୍ଡଳୀ ପାଇଁ ଛାଡିଦିଏ ।

ମନେରଖନ୍ତୁ, ଜୁମେ ର ମାନେ ହେଲା ଖମୀର ଏକ ସରଳ ଏକ-କୋଷିକା ବିଶିଷ୍ଟ ଜୀବ ଯାହା ଦ୍ରୁତ ଗତିରେ ପ୍ରଜନନ କରେ ।

ଜୁମେ ପ୍ରଶିକ୍ଷଣରେ ଆମେ ସେହି ଖମୀର ପରି ହେବାକୁ ଯାଉଛେ - ସରଳ ଆଉ ବହୁଗୁଣିତ ହେବାରେ ସକ୍ଷମ । ହେଲେ ବହୁଗୁଣିତ ହେବା ଆରମ୍ଭ କରିବା ପୂର୍ବରୁ ଆମେ ନିଶ୍ଚିତ ରୂପେ ଜାଣିବା ଉଚିତ ଯେ ଈଶ୍ୱର କ’ଣ ବହୁଗୁଣିତ କରିବାକୁ ଚାହାଁନ୍ତି କାରଣ ବହୁଗୁଣିତ ହେବା ଭଲ ହୋଇପାରେ ମାତ୍ର ସର୍ବଦା ନୁହେଁ । କର୍କଟ ରୋଗ ମଧ୍ୟ ବହୁଗୁଣିତ ହୁଏ । ଆଉ ଏହା ପ୍ରାଣଘାତକ । ତେବେ କିପରି ଆମେ ଜୀବନ ପ୍ରଜନନ କରୁ ଆଉ ମୃତୁ୍ୟ ନୁହେଁ? ଆଉ କିପରି ଆମେ ନିଶ୍ଚିତ କରିବା ଯେ ଆମେ ପ୍ରଜନନର ଯୋଗ୍ୟ ଶିଷ୍ୟ ସବୁ?

ଚର୍ଚ୍ଚା କରନ୍ତୁ

(୧୦ ମିନିଟ)
  • ଯେତେବେଳେ ଆପଣ ଏକ ମଣ୍ଡଳୀ ବିଷୟରେ ଚିନ୍ତା କରନ୍ତି, ସେତେବେଳେ ମନରେ କ'ଣ ଆସିଥାଏ?
  • ସେହି ଚିତ୍ର ଏବଂ ଭିଡିଓରେ ଯାହାକୁ "ସରଳ ମଣ୍ଡଳୀ" ଭାବରେ ବର୍ଣ୍ଣନା କରାଯାଇଛି ତାହା ମଧ୍ୟରେ ପାର୍ଥକ୍ୟ କ'ଣ?
  • କେଉଁଟି ସଂଖ୍ୟା ବୃଦ୍ଧି କରିବାରେ ସହଜ ଅଟେ ବୋଲି ଆପଣ ଭାବୁଛନ୍ତି ଏବଂ କାହିଁକି?

ପଢ଼ନ୍ତୁ

(୫ ମିନିଟ)

ଈଶ୍ବରଙ୍କ କଥା ଶୁଣିବା ଓ ଆଜ୍ଞାବହ ହେବା

ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ । ଏହି ସେସନ୍‌ରେ ଆମେ ଆଲୋଚନା କରିବା ଈଶ୍ୱରଙ୍କଠାରୁ ଶୁଣିବା ଓ ଶୁଣିଥିବା ବାକ୍ୟକୁ ପାଳନ କରିବା ବିଷୟରେ ।

ପ୍ରାଣବାୟୁ ହିଁ ଜୀବନ । ଆମେ ନିଶ୍ୱାସରେ ନେଉ ଆମେ ପ୍ରଶ୍ୱାସରେ ଛାଡୁ ଜୀବନ ।

ଈଶ୍ୱରଙ୍କ ରାଜ୍ୟରେ ଶ୍ୱାସ ପ୍ରକ୍ରିୟା ଅତି ଗୁରୁତ୍ୱପୂର୍ଣ୍ଣ ବାସ୍ତବରେ ଈଶ୍ୱର ତାଙ୍କ ଆତ୍ମାଙ୍କୁ ଡାକନ୍ତି ପ୍ରାଣବାୟୁ ।

ରାଜ୍ୟରେ ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ତାଙ୍କ ବାକ୍ୟ ମାଧ୍ୟମରେ । ଯାହା ହେଉଛି ବାଇବଲ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ପ୍ରାର୍ଥନା ଓ ତାଙ୍କ ସହ କଥାବାର୍ତ୍ତାରେ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ତାଙ୍କ ଶରୀର ଅର୍ଥାତ୍‌ ମଣ୍ଡଳୀ, ଯୀଶୁଙ୍କ ଅନ୍ୟ ଅନୁଗାମୀଙ୍କ ମାଧ୍ୟମରେ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ତାଙ୍କ କାର୍ଯ୍ୟ ମାଧ୍ୟମରେ - ଘଟଣା, ଅନୁଭୂତି ଓ କେବେକେବେ ନିର୍ଯାତନା ଓ ପୀଡା ମାଧ୍ୟମରେ, ଯାହା ମଧ୍ୟ ଦେଇ ସେ ନିଜ ପିଲାମାନଙ୍କୁ ନିଅନ୍ତି ।

ରାଜ୍ୟରେ ଆମେ ପ୍ରଶ୍ୱାସ ଛାଡୁ ଯେବେ ଆମେ ଈଶ୍ୱରଙ୍କଠାରୁ ଯାହା ଶୁଣୁ ତା ଉପରେ ପଦକ୍ଷେପ ନେଉ । ଆମେ ପ୍ରଶ୍ୱାସ ଛାଡୁ ଯେବେ ଆମେ ମାନି ପାଳନ କରୁ ।

କେବେକେବେ ପାଳନ କରିବା ପାଇଁ ପ୍ରଶ୍ୱାସ ଛାଡିବାର ମାନେହେଲା ଆମ କଳ୍ପନା, ଆମ ବାକ୍ୟ, କିମ୍ବା ଆମ କର୍ମକୁ ଯୀଶୁ ଏବଂ ତାଙ୍କ ଇଚ୍ଛା ସହ ସହମତିକୁ ଆଣିବା ।

କେବେକେବେ ପାଳନ କରିବା ପାଇଁ ପ୍ରଶ୍ୱାସ ଛାଡିବାର ମାନେହେଲା ତାକୁ ବାଣ୍ଟିବା ଯାହା ଯୀଶୁ ଆମ ସହ ବାଣ୍ଟିଥିଲେ - ତାକୁ ଦାନ କରିବା ଯାହା ସେ ଆମକୁ ଦେଇଥିଲେ ଯାହାଦ୍ୱାରା ଅନ୍ୟମାନେବି ଆଶୀଷ ପାଇବେ ଯେପରି ଈଶ୍ୱର ଆମକୁ ଆଶୀଷ ଦେଉଛନ୍ତି ।

ଯୀଶୁଙ୍କର ଜଣେ ଅନୁଗାମୀ ପାଇଁ ନିଶ୍ୱାସ ନେବା ଓ ପ୍ରଶ୍ୱାସ ଛାଡିବା ହେଉଛି ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଆମର ଜୀବନ । ଯୀଶୁ କହଲେ - ପୁତ୍ର ନିଜେ ନିଜେ କିଛି କରିପାରିବେ ନାହିଁ । ସେ କେବଳ ତାହାହିଁ କରନ୍ତି ଯାହା ନିଜ ପିତାଙ୍କୁ କରିବାର ଦେଖନ୍ତି । ଯାହା ପିତା କରନ୍ତି ପୁତ୍ରବି କରନ୍ତି ।

ଯୀଶୁ କହଲେ - ମୁଁ ନିଜର ଅଧିକାରରୁ କହୁନାହିଁ ପିତା ଯିଏ ମୋତେ ପଠାଇଛନ୍ତି, ଆଦେଶ ଦେଇଛନ୍ତି କ’ଣ କହିବି ଆଉ ତାକୁ କିପରି କହିବି ।

ଯୀଶୁ କହଲେ ପ୍ରତ୍ୟେକ କଥା ଯାହା ସେ କହିଲେ ଆଉ ପ୍ରତ୍ୟେକ କାମ ଯାହା ସେ ସମ୍ପାଦନ କଲେ ଈଶ୍ୱରଙ୍କ କଥନ ଓ ତାଙ୍କ ଆଦେଶ ପାଳନ ଉପରେ ଆଧାରିତ ଥିଲା ।

ନିଶ୍ୱାସ ନିଅନ୍ତୁ ଈଶ୍ୱରଙ୍କଠାରୁ ଶୁଣନ୍ତୁ । ପ୍ରଶ୍ୱାସ ଛାଡନ୍ତୁ ଯାହା ଶୁଣିଲେ ତାକୁ ପାଳନ କରନ୍ତୁ ଆଉ ତାକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ ।

ଯୀଶୁ କହିଲେଯେ ପବିତ୍ର ଆତ୍ମା, ତାଙ୍କ ପ୍ରାଣବାୟୁ, ଯାହା ଆମ ପରି ତାଙ୍କର ପ୍ରତ୍ୟେକ ଅନୁଗାମୀଙ୍କ ଅନ୍ତରରେ ଫୁଙ୍କି ଦିଆଯିବ, ତାହା ଯୋଗୁ ତାଙ୍କ ଅନୁଗାମୀମାନେମଧ୍ୟ ଈଶ୍ୱରଙ୍କଠାରୁ ଶୁଣିବେ ।

ଯୀଶୁ କହିଲେ ସହାୟକ ପବିତ୍ର ଆତ୍ମା ଯାହାଙ୍କୁ ପିତା ମୋ ନାମରେ ପଠାଇବେ ତୁମ୍ଭମାନଙ୍କୁ ସବୁକିଛି ଶିଖାଇବେ ଓ ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଅଛି ତାହା ମେନ ପକାଇ ଦେବେ ।

ନିଶ୍ୱାସ ନିଅନ୍ତୁ ଈଶ୍ୱରଙ୍କଠାରୁ ଶୁଣନ୍ତୁ । ପ୍ରଶ୍ୱାସ ଛାଡନ୍ତୁ ଯାହା ଶୁଣିଲେ ତାକୁ ପାଳନ କରନ୍ତୁ ଆଉ ତାକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ ।

ଯୀଶୁ ଆମକୁ ଦେଖାଉଥିଲେ କିପରି ବଞ୍ଚିବାକୁ ହେବ ।

ତେବେ ଆମେ ଈଶ୍ୱରଙ୍କ ସ୍ୱର କିପରି ଶୁଣିବା ? କିପରି ଆମେ ଜାଣିବା କ’ଣ ମାନିବାକୁ ହେବ ?

ଯୀଶୁ ନିଜକୁ ଉତ୍ତମ ମେଷପାଳକ କହୁଥିଲେ । ସେ ନିଜ ଅନୁଗାମୀମାନଙ୍କୁ ତାଙ୍କ ମେଷ କହୁଥିଲେ । ଯୀଶୁ କହିଲେ - ମୋ ସ୍ୱର ମୋ ମେଷମାନେଶୁଣନ୍ତି । ମୁଁ ସେମାନଙ୍କୁ ଜାଣେ ଓ ସେମାନେମୋତେ ଅନୁସରଣ କରନ୍ତି - । ଯୀଶୁ କହିଲେ - ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ । କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କର କଥା ଗ୍ରହଣ କରୁନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ ।

ଯୀଶୁଙ୍କ ଅନୁଗାମୀ ଭାବେ ଆମେ ତାଙ୍କ ସ୍ୱର ଶୁଣିବା ପାଇଁ ସମର୍ପିତ ରହିବା ଉ ତ ।

  • ଆମେ ସ୍ଥିର ରହି ତାଙ୍କ ସ୍ୱର ଶୁଣିପାରୁ ।
  • ଆମେ ଯୀଶୁଙ୍କ ଉପରେ ଲକ୍ଷ୍ୟ କେନ୍ଦ୍ରିତ କହି ତାଙ୍କ ସ୍ୱର ଶୁଣିପାରୁ । 
  • ଆମେ ତାଙ୍କ ସ୍ୱର ଶୁଣିପାରୁ ଆମ ଭାବନାରେ, ଆମ ଦୂରଦୃଷ୍ଟିରେ, ଆମ ଅନୁଭୂତିରେ ଆଉ ବିଚାରରେ । 
  • ଆମେ ତାଙ୍କ ସ୍ୱର ଶୁଣିପାରୁ ଯେବେ ଆମେ ଲେଖିପକାଉ ଆଉ ଯାହା ଶୁଣୁ ତାକୁ ପରୀକ୍ଷା କରୁ ।

ପ୍ରତ୍ୟେକ ସ୍ୱର, ପ୍ରତ୍ୟେକ ଭାବନା, ପ୍ରତ୍ୟେକ ଦୂରଦୃଷ୍ଟି, ଅନୁଭୂତି କିମ୍ବା ବିଚାର ଈଶ୍ୱରଙ୍କ ସ୍ୱର ନୁହେଁ । କେବେକେବେ ଏହା ଥାଏ ଶତ୍ରୁର ସ୍ୱର ଯୀଶୁ କହିଲେ ଆମ୍ଭ ଶତ୍ରୁ ଏକ ମିଥ୍ୟାବଦୀ ଓ ମିଥ୍ୟାର ପିତା ଯୀଶୁ କହିଲେ ଆମ ଶତ୍ରୁ େଚାରି, ହତ୍ୟା ଏବଂ ଧ୍ୱଂସ କରିବାକୁ ଆସେ ।

ମାତ୍ର ଈଶ୍ୱର କହନ୍ତି ଆମେ ତାଙ୍କଠାରୁ ଶୁଣିବା ଆଉ ଯେବେ ସେ କହିବେ ଆମେ ଜାଣିବା ଯେ ଏହା ସେ । ଅଭାସ ଆଉ ପ୍ରାର୍ଥନା ଦ୍ୱାରା ଆମେ ଈଶ୍ୱରଙ୍କ ସ୍ୱରକୁ ଅଧିକ ଭଲ ଭାବେ ଜାଣି ପାରିବା ଆମେ ଯାହା ଶୁଣୁଛେ ତାହା ଈଶ୍ୱରଙ୍କ ସ୍ୱର କିମ୍ବା ଅନ୍ୟ କାହାର ତାହା  ହ୍ନିବାକୁ ଆମେ ଶିଖି ପାରିବା ।

ଆମେ ଯାହା ଶୁଣୁ ତାକୁ ପରୀକ୍ଷା କରିବାର କେତୋଟି ଉପାୟ ନିମ୍ନରେ ଦିଆଯାଇଛି ।

  • ଯେବେ ଯୀଶୁ କହନ୍ତି ତାଙ୍କ କଥନ ତାଙ୍କ ଲିଖିତ ବାକ୍ୟ ଅର୍ଥାତ୍‌ ବାଇବଲ ସହ ସମାନ ରହିବ, ଯାହା ସେ ଆଗରୁ କହି ସାରିଛନ୍ତି । ତାଙ୍କ କଥିତ ବାକ୍ୟ କଦାପି ତାଙ୍କ ଲିଖିତ ବାକ୍ୟଠାରୁ ଭିନ୍ନ ହେବ ନାହିଁ । 
  • ଯେବେ ଯୀଶୁ କହନ୍ତି ତାଙ୍କ କଥନ ଆମ ହୃଦୟକୁ ଆଶା ଓ ଶାନ୍ତି ଦେବ । ତାଙ୍କ କଥନ ଆମକୁ ଦୋଷୀ କିମ୍ବା ନିରୁାହିତ କରି ଛାଡିବ ନାହିଁ । ଯୀଶୁ ଦୋଷ ଦିଅନ୍ତି ନାହିଁ ସେ ପ୍ରେମ ଭାବ ସହ ସଂଶୋଧନ କରନ୍ତି । 
  • ଯୀଶୁଙ୍କ କଥନ ଶାରୀରିକ ଲାଳସାକୁ ପ୍ରକାଶ କରିବ ନାହିଁ । ଯୌନ ବ୍ୟଭିଚାର ଆଉ ଅପବିତ୍ରତା, ଭ୍ରଷ୍ଟତା, ମୂର୍ତ୍ତିପୂଜା ଆଉ ତନ୍ତ୍ରବିଦ୍ୟା, ଘୃଣା ଓ ବିବାଦ, ଈର୍ଷ୍ୟା ଆଉ କ୍ରୋଧ, ସ୍ୱାର୍ଥପର ଉଚ୍ଚାକାଂକ୍ଷା, ମତଭେଦ, କଳହପ୍ରିୟତା ଓ ଈର୍ଷ୍ୟା, ମଦ୍ୟପାନ ଓ ନଗ୍ନନୃତ୍ୟ ଏସବୁ ଈଶ୍ୱରଙ୍କ କଥନ ନୁହେଁ । 
  • ଯେବେ ଯୀଶୁଙ୍କ କହନ୍ତି ତାଙ୍କ କଥନ ଈଶ୍ୱରଙ୍କ ଆତ୍ମାର ଫଳ ପ୍ରକାଶ କରିବ । ଯେପରି ପ୍ରେମ ଓ ଆନନ୍ଦ, ଶାନ୍ତି ଓ ଧୈର୍ଯ୍ୟ ଦୟା ଓ ଭଲପଣିଆ, ବିଶ୍ୱସ୍ତତା, କୋମଳତା, ଆଉ ଆତ୍ମ-ସଂଜମ । 
  • ଯେବେ ଯୀଶୁଙ୍କ କହନ୍ତି ତାଙ୍କ କଥନ ଆମକୁ ସନ୍ଦେହ ବଦଳରେ ଆତ୍ମବିଶ୍ୱାସ ଦିଏ, ଆମେ ନିଜ ଅନ୍ତରରେ ଜ୍ଞାନ ଓ ଶାନ୍ତି ଅନୁଭବ କରୁ ଯେ ଯାହା ଆମେ ଶୁଣୁଛୁ ହେଉଛି ଈଶ୍ୱରଙ୍କଠାରୁ ଆମେ ସବୁକିଛି ଏକାସାଙ୍ଗରେ ଶୁଣିନପାରୁ ଆମେ କେବଳ ଆଂଶିକ ଭାବେ ଶୁଣିପାରୁ ଯାହା ଆମର ଜାଣିବା ଦରକାର । ମାତ୍ର ଯାହା ଆମେ ଶୁଣିବା ହେବ ଶକ୍ତ ଯାହା ଘଡିଘଡିକେ ବଦଳେ ନାହିଁ ।

ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀ ପାଇଁ ଭଲ ଖବର ହେଉଛି ଯେବେ ଆମେ ନିଶ୍ୱାସ ନେଉ ଆଉ ଈଶ୍ୱରଙ୍କଠାରୁ ଶୁଣୁ ଯେବେ ଆମେ ପ୍ରଶ୍ୱାସ ଛାଡୁ ଆଉ ଯାହା ଆମେ ଶୁଣୁ ତାର ପାଳନ କରୁ ତାକୁ ଅନ୍ୟମାନଙ୍କ ସହ ବାଣ୍ଟୁ ଈଶ୍ୱର ଆହୁରି ସ୍ପଷ୍ଟ ରୂପେ କହିବେ ।

ତାଙ୍କ ପ୍ରାଣବାୟୁ ଆମ ଅନ୍ତରରେ ଅଧିକ ପ୍ରବାହିତ ହୁଏ ।

ଆମେ ତାଙ୍କ ସ୍ୱର ଅଧିକ ସ୍ପଷ୍ଟରୂପେ ଶୁଣୁ । ଆମେ ଜାଣୁ ଏହା ତାଙ୍କ ସ୍ୱର ଅନ୍ୟ କାହାର ନୁହେଁ । ଆମେ ଜଗତରେ ତାଙ୍କ କାର୍ଯ୍ୟକୁ ଦେଖୁ ଆଉ ଯୋଗଦେଇ ତାଙ୍କ ସହିତ କାମ କର ।

ଆମେ ନିଶ୍ୱାସରେ ନେଉ ଆମେ ପ୍ରଶ୍ୱାସରେ ଛାଡୁ ଜୀବନ ।

ଚର୍ଚ୍ଚା କରନ୍ତୁ

(୧୦ ମିନିଟ)
  • ଈଶ୍ବରଙ୍କ ସ୍ବର ଶୁଣିବା ଓ ଚିହ୍ନି ପାରିବା କାହିଁକି ଜରୁରୀ ଅଟେ ?
  • ପ୍ରଭୁଙ୍କ କଥା ଶୁଣିବା ଓ ପ୍ରତିକ୍ରିୟା ଦେବା ପ୍ରକୃତରେ କ'ଣ ନିଶ୍ୱାସ ନେବା ଭଳି? କାହିଁକି ଏବଂ କାହିଁକି ନୁହେଁ ?

ପଢ଼ନ୍ତୁ

(୫ ମିନିଟ)

ଏସ୍.ଓ.ଏ.ପି.ଏସ୍ ବାଇବଲ ପଠନ

ଯୀଶୁ କହିଲେ - ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ  ଦିଅ । ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ ।

ଯଦି ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀ ଯୀଶୁଙ୍କ ଆଦେଶକୁ ମାନିବେ ତେବେ ସେମାନଙ୍କୁ ଯୀଶୁଙ୍କ ଆଦେଶ ସବୁ କ’ଣ ଜାଣିବାକୁ ହେବ ।

ମହାନ ଆଦେଶ ଆଉ ମହାନ ନିଯୁକ୍ତି ହେଉଛି ଈଶ୍ୱର ଆମକୁ ଯାହା କହିବାକୁ ଚାହାଁନ୍ତି ତାର ଏକ ସାରାଂଶ । ମାତ୍ର ଯଦି ଜଣେ ଅନୁଗାମୀ ପୂର୍ଣ୍ଣ ରୂପେ ବୃଦ୍ଧି ପାଇ ଈଶ୍ୱରଙ୍କ ଅନୁରୂପ ହେବାକୁ ଚାହାଁନ୍ତି ତେବେ ସେମାନେ ଅଧିକ ଜାଣିବା ଓ ମାନିବା କଥା ।

ସୋପ୍‌ସ୍‌ର ମାନେ ହେଲା :

  • ଧର୍ମଶାସ୍ତ୍ର
  • ନିରୀକ୍ଷଣ
  • ପ୍ରୟୋଗ
  • ପ୍ରାର୍ଥନା ଆଉ 
  • ବାଣ୍ଟିବା

ଏକ ପ୍ରଭାବକାରୀ ବାଇବଲ୍‌ ଅଧ୍ୟୟନ ପଦ୍ଧତି ଶିଖିବା ଓ ମନେରଖିବା ପାଇଁ ଏହା ହେଉଛି ଏକ ସରଳ ଉପାୟ ଯାହାକୁ ଯୀଶୁଙ୍କର ଯେକୌଣସି ଅନୁଗାମୀ ବ୍ୟବହାର କରି ପାରିବେ । ଚାଲନ୍ତୁ ପ୍ରତ୍ୟେକ ବିଭାଗକୁ ଟିକେ ଅଧିକ ଦେଖିବା ।

ଯେବେ ଆପଣ ବାଇବଲ୍‌କୁ ପଢ଼ନ୍ତି ଓ ଶୁଣନ୍ତି:

  • ଧର୍ମଶାସ୍ତ୍ର: ଦୁଇ କିମ୍ବା ଅଧିକ ପଦ ଲେଖିପକାନ୍ତୁ ଯାହା ଆପଣଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ଅର୍ଥପୂର୍ଣ୍ଣ ଆଜି ।
  • ନିରୀକ୍ଷଣ: ଆପଣ ଅର୍ଥ ଅଧିକ ଭଲ ଭାବେ ବୁଝିବା ପାଇଁ ପଦଗୁଡିକୁ କିମ୍ବା ଏହାର ମୁଖ୍ୟ ବାର୍ତ୍ତାକୁ ନିଜ ଭାଷାରେ ପୁଣିଥରେ ଲେଖି ପକାନ୍ତୁ ।
  • ପ୍ରୟୋଗ: ଆପଣଙ୍କ ନିଜ ଜୀବନରେ ଏହି ଆଦେଶ କିମ୍ବା କଳ୍ପନାଗୁଡିକୁ ମାନିବାର ଅର୍ଥ ବିଷୟରେ ଭାବନ୍ତୁ । ଆପଣଙ୍କୁ ଭିନ୍ନ ଭାବେ କ’ଣ କରିବାକୁ ହେବ? ଏହାକୁ ଲେଖି ପକାନ୍ତୁ ।
  • ପ୍ରାର୍ଥନା: ଏକ ପ୍ରାର୍ଥନା ଲେଖନ୍ତୁ ଯାହା ଈଶ୍ୱରଙ୍କୁ କହେ ଆପଣ ତାଙ୍କ ବାକ୍ୟରେ କ’ଣ ପଢ଼ିଛନ୍ତି ଆଉ ତାଙ୍କ ଆଦେଶ ସବୁକୁ ମାନିବା ଓ ଯାହା ଶିଖିଛନ୍ତି ତାକୁ କାମରେ ଲଗାଇବା ବିଷୟରେ ଆପଣ କ’ଣ ଭାବନ୍ତି?
  • ବାଣ୍ଟିବା: ଈଶ୍ୱରଙ୍କୁ ପଚାରନ୍ତୁ ଆପଣ ଯାହା ଶିଖିଛନ୍ତି ଆଉ କିପରି ତାକୁ କାର୍ଯ୍ୟାନ୍ୱିତ କରୁଛନ୍ତି ତାକୁ ଆପଣ କାହା ସହ ବାଣ୍ଟନ୍ତୁ ବୋଲି ସେ ଚାହୁଁଛନ୍ତି ।

ଚାଲନ୍ତୁ ସୋପ୍‌ସ୍‌କୁ କାମରେ ଲଗାଇବା :

  • ଧର୍ମଶାସ୍ତ୍ର: ସଦାପ୍ରଭୁ କୁହନ୍ତି, ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭର ମାର୍ଗପରି ନୁହେଁ । ଯେପରି ପୃଥିବୀଠାରୁ ସ୍ୱର୍ଗମଣ୍ଡଳ ଉଚ୍ଚତର ସେହିପରି ଆମ୍ଭର ଚ଼ିନ୍ତାଧାରା ତୁମ୍ଭମାନଙ୍କର ଚ଼ିନ୍ତାଧାରାଠାରୁ ଉଚ୍ଚତର । ସେହିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କର ମାର୍ଗଠାରୁ ଉଚ୍ଚତର । ଯିଶାଇୟ ୫୫:୮-୯
  • ନିରୀକ୍ଷଣ: ଜଣେ ମନୁଷ୍ୟ ଭାବରେ ଯାହା ମୁଁ ଜାଣେ ଓ ତାକୁ କିପରି କରିବାକୁ ହେବ ସେଥିରେ ମୁଁ ସୀମିତ ମାତ୍ର ଈଶ୍ୱର କୌଣସି ଉପାୟରେ ସୀମିତ ନୁହଁନ୍ତି । ସେ ସବୁକିଛି ଦେଖନ୍ତି ଓ ଜାଣନ୍ତି । ସେ କିଛିବି କରିପାରିବେ ।
  • ପ୍ରୟୋଗ: ଯେହେତୁ ଈଶ୍ୱର ସବୁକିଛି ଜାଣନ୍ତି ଓ ତାଙ୍କ ମାର୍ଗସବୁ ସର୍ବୋତ୍ତମ, ମୋ ଉପାୟରେ ସବୁକିଛି କରିବା ଉପରେ ନିର୍ଭର ନକରି ଯଦି ମୁଁ ତାଙ୍କର ଅନୁସରଣ କରେ ଜୀବନରେ ଅଧିକ ସଫଳତା ପାଇବି ।
  • ପ୍ରାର୍ଥନା: ପ୍ରଭୁ ମୁଁ ଜାଣେନା କିପରି ଆପଣଙ୍କୁ ଖୁସି ଓ ଅନ୍ୟଙ୍କୁ ସାହାଯ୍ୟ କରିପାରୁଥିବା ଭଲ ଜୀବନ ବଞ୍ଚିବି । ମୋ ମାର୍ଗରେ ଭୁଲ ହେଉଛି ମୋ ଭାବନା କଷ୍ଟଦାୟୀ ପରିବର୍ତ୍ତେ ଦୟାକରି ମୋତେ ଆପଣଙ୍କ ମାର୍ଗ ଓ କଳ୍ପନା ଶିଖାନ୍ତୁ ମୁଁ ଆପଣଙ୍କ ଅନୁଗମନ କରୁଥିବା ବେଳେ ଆପଣଙ୍କ ପବିତ୍ରଆତ୍ମା ମୋତେ ରାସ୍ତା ଦେଖାନ୍ତୁ ।
  • ବାଣ୍ଟିବା: ମୁଁ ଏହି ପଦଗୁଡିକୁ ଓ ପ୍ରୟୋଗକୁ ମୋ ସାଙ୍ଗ ଅଜୟଙ୍କ ସହ ବାଣ୍ଟିବି ଯିଏ କଷ୍ଟକର ସମୟ ଦେଇ ଯାଉଛନ୍ତି ଆଉ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ସବୁ ପାଇଁ ନିର୍ଦ୍ଦେଶ ଦରକାର କରନ୍ତି ।

ସୋପ୍‌ସ୍‌ ବାଇବଲ୍‌ ଅଧ୍ୟୟନ ଯୁମେ ଟୁଲ୍‌କିଟ୍‌ରେ ଅନ୍ୟତମ ସରଳ ଉପକରଣ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(୩୦ ମିନିଟ୍‍)

ଏସ୍.ଓ.ଏ.ପି.ଏସ୍. ଅଭ୍ୟାସ କରନ୍ତୁ

  • ମାଥିଉ ୬:୯-୧୩କୁ ବ୍ୟବହାର କରି ବ୍ୟକ୍ତିଗତ ଭାବରେ ଏସ୍.ଓ.ଏ.ପି.ଏସ୍. ବାଇବଲ ଅଧ୍ୟୟନ ପଦ୍ଧତିକୁ ବ୍ୟବହାର କରନ୍ତୁ (୨୦ ମିନିଟ)
  • ଏକାଠି ଫେରିଆସନ୍ତୁ ଏବଂ ଦୁଇ କିମ୍ବା ତିନି ଜଣିଆ ଦଳରେ ନିଜର ଏସ୍.ଓ.ଏ.ପି.ଏସ୍. ବାଣ୍ଟନ୍ତୁ ।

ଶାସ୍ତ୍ର

ଗୋଟିଏ ବା ଏକାଧିକ ପଦ ଲେଖନ୍ତୁ ଯାହାକି ଆଜି ଆପଣଙ୍କ ନିମନ୍ତେ ଅର୍ଥପୂର୍ଣ୍ଣ ଅଟେ  ।

ଲକ୍ଷ୍ୟ

ଅଧିକ ଭଲରୂପେ ବୁଝିବା ପାଇଁ ସେହି ପଦଗୁଡ଼ିକ କିମ୍ବା ମୂଳ ବିଷୟଗୁଡ଼ିକ ଆପଣଙ୍କ ନିଜ ଭାଷାରେ ପୁନର୍ବାର ଲେଖନ୍ତୁ  ।

ପ୍ରୟୋଗ

ଆପଣଙ୍କ ନିଜ ଜୀବନରେ ଏହି ଆଜ୍ଞାଗୁଡ଼ିକର ଅର୍ଥ କ’ଣ ସେ ବିଷୟରେ ଚିନ୍ତା କରନ୍ତୁ  ।

ପ୍ରାର୍ଥନା

ଆପଣ ଯାହା ଶିକ୍ଷା କରିଛନ୍ତି ଓ ଆଜ୍ଞାବହ ହେବାକୁ ଆପଣ ଯେଉଁ ଯୋଜନା କରନ୍ତି ସେ ବିଷୟରେ ଈଶ୍ୱରଙ୍କୁ କହି ଏକ ପ୍ରାର୍ଥନା ଲେଖନ୍ତୁ  ।

ଅଂଶୀ କରିବା

ଆପଣ ଯାହା ଶିକ୍ଷା କରିଛନ୍ତି / ପ୍ରୟୋଗ କରିଛନ୍ତି କାହାକୁ ସେ ବିଷୟରେ କହିବେ ବୋଲି ଈଶ୍ୱର ଇଚ୍ଛା କରନ୍ତି ତାହାଙ୍କୁ ସେ ବିଷୟରେ ପଚାରନ୍ତୁ  ।

 

ନିମ୍ନରେ ଏସ୍.ଓ.ଏ.ପି କାର୍ଯ୍ୟ କରିବାର ଏକ ଉଦାହରଣ ଅଛି :

ଏସ୍ - “ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ  ।  କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ  ।” ଯିଶାଇୟ ୫୫:୮-୯

ଓ - ମନୁଷ୍ୟ ଭାବରେ, ମୁଁ ଜ୍ଞାନ ସୀମିତ ଓ କିପରି କରିବାକୁ ହେବ ସେ ବିଷୟରେ ମଧ୍ୟ ସୀମିତ ବିଷୟ ଜାଣିଛି  ।  ଈଶ୍ୱର କୌଣସିମତେ ସୀମିତ ନୁହଁନ୍ତି  ।  ସେ ପ୍ରତ୍ୟେକ ବିଷୟ ଦେଖନ୍ତି ଓ ଜାଣନ୍ତି  ।  ସେ ଯେକୌଣସି ବିଷୟ କରିପାରିବେ  ।

ଏ - ଈଶ୍ୱର ପ୍ରତ୍ୟେକ ବିଷୟ ଜାଣିଥିବାରୁ ପୁଣି ତାହାଙ୍କ ମାଗସକଳ ସର୍ବୋତ୍ତମ ହୋଇଥିବାରୁ, ବିଷୟଗୁଡ଼ିକ ମୋର ନିଜ ଉପାୟରେ କରିବାରେ ଆସ୍ଥା ସ୍ଥାପନ କରିବା ଅପେକ୍ଷା ମୁଁ ଯଦି ତାହାଙ୍କୁ ଅନୁସରଣ କରିବି ତେବେ ମୁଁ ଅଧିକ ସଫଳ ହୋଇପାରିବି  ।

ପି - ପ୍ରଭୁ, ତୁମର ସନ୍ତୋଷଜନକ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପରି ଏକ ଉତ୍ତମ ଜୀବନଯାପନ କିପରି କରିପାରିବି ମୁଁ ତାହା ଜାଣେ ନାହିଁ  ।  ମୋର ଉପାୟଗୁଡ଼ିକ ଭୁଲ୍ ଆଡ଼କୁ କଢ଼ାଇ ନେଇଥାଏ  ।  ମୋର ଚିନ୍ତାଧାରା ଆଘାତ ଦେବାକୁ କଢ଼ାଇ ନେଇଥାଏ  ।  ବରଂ ଦୟାକରି ମୋତେ ତୁମର ଉପାୟଗୁଡ଼ିକ ଓ ଚିନ୍ତାଧାରା ଶିଖାଅ  ।  ମୁଁ ତୁମର ଅନୁସରଣ କଲା ବେଳେ ତୁମର ପବିତ୍ର ଆତ୍ମା ମୋତେ ପରିଚାଳନା କରନ୍ତୁ  ।

ଏସ୍ - ମୁଁ ଏହି ପଦଗୁଡ଼ିକ ଓ ଏହି ପ୍ରୟୋଗ ମୋର ସାଙ୍ଗ, ଷ୍ଟିଭ୍ଙ୍କୁ କହିବି, ଯେ କି ଏକ କଷ୍ଟକର ସମୟରେ ଗତି କରୁଛନ୍ତି ଓ ସେ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିମନ୍ତେ ଦିଗଦର୍ଶନ ଆବଶ୍ୟକ କରନ୍ତି  ।

ପଢ଼ନ୍ତୁ

(୫ ମିନିଟ)

ଉତ୍ତରଦାୟିତ୍ୱ ଗୋଷ୍ଠୀ

ଯୀଶୁ କହଲେ - ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ସେହି ବିଷୟ ପାଇଁ ଦାୟୀ ହେବ । ଯେଉଁ ଲୋକକୁ ଅଧିକ ଦିଆଯାଇଛି, ତ’ଠାରୁ ବହୁତ ଅଧିକ ଆଶା କରାଯିବ ।

ଯୀଶୁ ଉତ୍ତରଦାୟିତ୍ୱ ବିଷୟରେ ଅେନକ କାହାଣୀ ବାଣ୍ଟିଥିଲେ ଆଉ ଆମକୁ ଅନେକ ସତ୍ୟ କହିଥିଲେ କିପରି ଆମେ ଆମ କର୍ମ ଓ କଥନ ପାଇଁ ଉତ୍ତରଦାୟୀ ହେବୁ ।

ଯୀଶୁ ଆମକୁ ବର୍ତ୍ତମାନ ଏହି ବିଷୟସବୁ କହନ୍ତି ଯାହାଦ୍ୱାରା ଆମେ ପର ପାଇଁ ପ୍ରସ୍ତୁତ ରହିବୁ । ଆଉ ଯେହେତୁ ଦିନେ ଆମେ ତାଙ୍କ ପାଖରେ ଉତ୍ତରଦାୟୀ ହେବୁ, ଏବେ ପରସ୍ପର ପ୍ରତି ଉତ୍ତରଦାୟିତ୍ୱର ଅଭ୍ୟାସ କରିବା ଭଲ ହେବ ।

ଉତ୍ତରଦାୟିତ୍ୱର ଦଳ ସମ ଲିଙ୍ଗର ଦୁଇ କିମ୍ବା ତିନି ଲୋକଙ୍କୁ ନେଇ ଗଠିତ- ପୁରୁଷଙ୍କ ସହ ପୁରୁଷ ମହିଳାଙ୍କ ସହ ମହିଳା ଯିଏ ସପ୍ତାହକୁ ଥରେ ଏକ ପ୍ରଶ୍ନାବଳୀ ଆଲୋଚନା କରିବାକୁ ଏକତ୍ରିତ ହୁଅନ୍ତି ଯାହା ସବୁ ଠିକ୍‌ଠାକ୍‌ ଚାଲିଥିବା କ୍ଷେତ୍ର ଆଉ କ୍ଷେତ୍ର ଯେଉଁଠି ସଂଶୋଧନ ଦରକାର ତାକୁ ପ୍ରକାଶିତ କରିବାରେ ସାହାଯ୍ୟ କରେ ।

ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ଉତ୍ତରଦାୟୀ ହେବ ତେଣୁ ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ଆତ୍ମୀୟମାନଙ୍କ ସହ ଉତ୍ତରଦାୟୀତ୍ୱ ଅଭ୍ୟାସ କରିବା ଉଚିତ ।

ଉତ୍ତରଦାୟିତ୍ୱର ଦଳ ଜୁମେ ଟୁଲ୍‌ କିଟ୍‌ ରେ ଆଉଏକ ସରଳ ଉପକରଣ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(୨୦ ମିନିଟ୍)

ଉତ୍ତରଦାୟିତ୍ୱ ଗୋଷ୍ଠୀର ଅଭ୍ୟାସ କରନ୍ତୁ

  • ସମାନ ଲିଙ୍ଗର ଦୁଇ କିମ୍ବା ତିନି ଜଣଙ୍କୁ ନେଇ ଗଠିତ ଗୋଷ୍ଠୀରେ ବିଭାଜିତ ହୁଅନ୍ତୁ।
  • ପରବର୍ତ୍ତୀ 20 ମିନିଟକୁ ଉତ୍ତରଦାୟିତ୍ୱ ପ୍ରଶ୍ନଗୁଡ଼ିକ ଉପରେ ଏକତ୍ର କାର୍ଯ୍ୟ କରିବାରେ ବିତାନ୍ତୁ ।

  1. ଈଶ୍ୱର କାର୍ଯ୍ୟ କରିବା ବିଷୟ ଆପଣ କିପରି ଦେଖିଛନ୍ତି ?
  2. ଆପଣଙ୍କର ଉଭୟ ବାକ୍ୟ ଓ କାର୍ଯ୍ୟରେ କ’ଣ ଆପଣ ଯୀଶୁ ଖ୍ରୀଷ୍ଟଙ୍କର ମହାନତା ବିଷୟରେ ଏହି ସପ୍ତାହରେ ସାକ୍ଷ୍ୟ ଦେଇଛନ୍ତି ?
  3. ଆପଣ କ’ଣ ଯୌନଗତ କମନୀୟତା ପ୍ରତି ପ୍ରକାଶିତ ହୋଇଛନ୍ତି ନା ଆପଣଙ୍କ ମନରେ ଯଥାର୍ଥ ଯୌନଗତ ଚିନ୍ତାଧାରା ପୋଷଣ କରିଛନ୍ତି ?
  4. ଆପଣ ଅର୍ଥ ବ୍ୟବହାର କଲା ବେଳେ ସେଥିରେ ଈଶ୍ୱରଙ୍କ ମାଲିକାନାକୁ କ’ଣ ସ୍ୱୀକାର କରିଛନ୍ତି ?  
  5. ଆପଣ କ’ଣ କୌଣସି ବିଷୟକୁ ଲୋଭ କରିଛନ୍ତି ?
  6. ଆପଣଙ୍କ ବାକ୍ୟ ଦ୍ୱାରା ଆପଣ କ’ଣ କାହାର ଖ୍ୟାତିକୁ ବା ଅନୁଭବକୁ ଆଘାତ ଦେଇଛନ୍ତି ?
  7. ଆପଣ କ’ଣ ବାକ୍ୟରେ ବା କାର୍ଯ୍ୟରେ ଅବିଶ୍ୱସ୍ତ ହୋଇଛନ୍ତି ନା କୌଣସି ବିଷୟକୁ ଅତିରଞ୍ଜିତ କରି କହିଛନ୍ତି ?
  8. ଆପଣ କ’ଣ କୌଣସି ଆସକ୍ତିରେ (କିମ୍ବା ଅଳସୁଆମି ବା ବିଶୃଙ୍ଖଳିତ କାର୍ଯ୍ୟରେ) ଅଛନ୍ତି ?  
  9. ଆପଣ କ’ଣ ଲୁଗାପଟା, ସାଙ୍ଗସାଥୀ, କାର୍ଯ୍ୟ, କିମ୍ବା ଧନସମ୍ପତ୍ତିର କ୍ରୀତଦାସ ହୋଇଛନ୍ତି ?
  10. ଆପଣ କ’ଣ କାହାକୁ କ୍ଷମା କରିବାରେ ବିଫଳ ହୋଇଛନ୍ତି ?
  11. ଆପଣ କେଉଁ ବ୍ୟସ୍ତତା ବା ଚିନ୍ତାର ସମ୍ମୁଖୀନ ହେଉଛନ୍ତି ?  
  12. ଆପଣ କ’ଣ ଅଭିଯୋଗ ବା ବଚସା କରିଛନ୍ତି ?  
  13. ଆପଣଙ୍କର କ’ଣ ଏକ ଧନ୍ୟବାଦୀ ଅନ୍ତଃକରଣ ଅଛି ?
  14. ଆପଣ କ’ଣ ସମ୍ମାନ ପାଉଛନ୍ତି, ଆପଣଙ୍କୁ କ’ଣ ଅନ୍ୟମାନେ ବୁଝୁଛନ୍ତି ଓ ଆପଣ କ’ଣ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କରେ ଦୟାଳୁ ହୋଇଛନ୍ତି ?  
  15. ଆପଣ କେଉଁ ପ୍ରଲୋଭିତ ଚିନ୍ତା, ବାକ୍ୟ, ବା କାର୍ଯ୍ୟର ସମ୍ମୁଖୀନ ହୋଇଛନ୍ତି ଓ ଆପଣ କିପରି ସେଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥିଲେ ?  
  16. ଅନ୍ୟମାନଙ୍କ ସେବା କରିବାକୁ ବା ସେମାନଙ୍କ ପ୍ରତି, ବିଶେଷରୂପେ ବିଶ୍ୱାସୀମାନଙ୍କ ପ୍ରତି ଆଶୀର୍ବାଦର କାରଣ ହେବାକୁ ଆପଣ କିପରି ସୁଯୋଗ ନେଇଛନ୍ତି ?
  17. ଆପଣ କ’ଣ ପ୍ରାର୍ଥନାର ନିର୍ଦ୍ଦିଷ୍ଟ ଉତ୍ତର ଦେଖିଛନ୍ତି ?

ସମୀକ୍ଷା

(1 ମିନିଟ)

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:

  • ଈଶ୍ବର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
  • ଶିଷ୍ୟ ଏବଂ ମଣ୍ଡଳୀର ସରଳ ସଜ୍ଞା
  • ଆଧ୍ୟାତ୍ମିକ ଶ୍ୱାସକ୍ରିୟା

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ସାଧନଗୁଡ଼ିକ:

  • ଏସ୍.ଓ.ଏ.ପି.ଏସ୍ ବାଇବଲ ପଠନ
  • ଉତ୍ତରଦାୟିତ୍ୱ ଗୋଷ୍ଠୀ

ପରବର୍ତ୍ତୀ ପଦକ୍ଷେପ

ଆଜ୍ଞାବହ ହେବା

ଆପଣଙ୍କ ବର୍ତ୍ତମାନ ଏବଂ ପରବର୍ତ୍ତୀ ସାକ୍ଷାତ ମଧ୍ୟରେ ଏସ୍.ଓ.ଏ.ପି.ଏସ୍ ବାଇବେଲ ପଠନ ଅଭ୍ୟାସ ଆରମ୍ଭ କରନ୍ତୁ। ମାଥିଉ ୫-୭ ଉପରେ ଧ୍ୟାନ ଦିଅନ୍ତୁ, ଏହାକୁ ଦିନକୁ ଅତି କମରେ ଥରେ ପଢ଼ନ୍ତୁ । ଏସ୍.ଓ.ଏ.ପି.ଏସ୍ ଫର୍ମାଟ ବ୍ୟବହାର କରି ଏକ ଦୈନିକ ଜର୍ଣ୍ଣାଲ ରଖନ୍ତୁ ।

ବାଣ୍ଟିବା

ଏକ ଉତ୍ତରଦାୟିତ୍ୱ ଅଂଶୀଦାର (ସମାନ ଲିଙ୍ଗର) ଖୋଜନ୍ତୁ ଏବଂ ସେମାନଙ୍କ ସହିତ ସାପ୍ତାହିକ ଆଧାରରେ ସାକ୍ଷାତ ଆରମ୍ଭ କରନ୍ତୁ ।

ଅଧିବେଶନ ୨

ଚେକ୍-ଇନ୍

(1 ମିନିଟ)

ସମସ୍ତ ଅଂଶଗ୍ରହଣକାରୀ ଏବଂ ସହଯୋଗକାରୀଙ୍କୁ ଚେକ-ଇନ୍ କରାନ୍ତୁ ।

ଅଥବା zume.training/checkin ଏବଂ କୋଡ୍ ବ୍ୟବହାର କରନ୍ତୁ : 2468

ପ୍ରାର୍ଥନା କରନ୍ତୁ

(୫ ମିନିଟ)

ଦଳରେ କାହାର କିଛି ସ୍ବତନ୍ତ୍ର ଆବଶ୍ୟକତା ଅଛି କି ନାହିଁ ପଚାରନ୍ତୁ ଯାହା ପାଇଁ ସେମାନେ ଦଳ ପ୍ରାର୍ଥନା କରନ୍ତୁ ବୋଲି ଚାହିଁବେ ।

ଈଶ୍ବରଙ୍କ ଧନ୍ୟବାଦ ଯେ ସେ ତାଙ୍କ ବାକ୍ୟରେ ତାଙ୍କ ଲୋକମାନଙ୍କର ପ୍ରାର୍ଥନା ଶୁଣିବା ଓ କାର୍ଯ୍ୟ କରିବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି ।

ଈଶ୍ବରଙ୍କ ପବିତ୍ରଆତ୍ମାଙ୍କୁ ମାଗନ୍ତୁ ଯେ ସେ ଆପଣମାନଙ୍କ ଏକତ୍ରିତ ହୋଇଥିବା ସମୟର ନେତୃତ୍ୱ ନିଅନ୍ତୁ ।

ପଛକୁ ଦେଖିବା

(୫ ମିନିଟ)

ଆରମ୍ଭ କରିବା ପୂର୍ବରୁ, କିଛି ସମୟ ନେଇ ପଛକୁ ଫେରି ଦେଖନ୍ତୁ ।

ଗତ ଅଧିବେଶନ ଶେଷରେ, ଆପଣଙ୍କ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆପଣମାନେ ଯାହା ଶିଖିଛନ୍ତି ତାହା କାର୍ଯ୍ୟରେ ପ୍ରୟୋଗ କରିବା ପାଇଁ ଚାଲେଞ୍ଜ୍ ଦିଆଯାଇଥିଲା ।

ଏହି ସପ୍ତାହରେ ଆପଣଙ୍କ ଦଳ କିପରି ପ୍ରଦର୍ଶନ କରିଛି ତାହା ଜାଣିବା ପାଇଁ କିଛି ସମୟ ନିଅନ୍ତୁ ।

ସାରାଂଶ

(1 ମିନିଟ)

ଏହି ଅଧିବେଶନରେ, ଆମେ ଏହି ଧାରଣା ବିଷୟରେ ଶୁଣିବା ଏବଂ ଆଲୋଚନା କରିବା:

  • ଉପଭୋକ୍ତା ନୁହେଁ ଉତ୍ପାଦକ

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ପ୍ରାର୍ଥନା ଚକ୍ର
  • ୧୦୦ର ତାଲିକା

ପଢ଼ନ୍ତୁ

(୫ ମିନିଟ)

ଉପଭୋକ୍ତା ନୁହେଁ ଉତ୍ପାଦକ

ଏହି ସେସନ୍‌ରେ ଆମେ ଆଲୋଚନା କରିବା କିପରି ଆମେ ଜଣେ ଯୀଶୁଙ୍କ ଅନୁଗାମୀଙ୍କୁ ସାହାଯ୍ୟ କରିପାରିବା ଈଶ୍ୱରଙ୍କ ରାଜ୍ୟରେ ଜଣେ ଉତ୍ପାଦକ ହେବା ପାଇଁ ଖାଲି ଜଣେ ଉପଭୋକ୍ତା ହେବା ପରିବର୍ତ୍ତେ ।

ତାଙ୍କ ତ୍ରୁଟିଶୂନ୍ୟ ଯୋଜନାରେ, ଈଶ୍ୱର ଆମକୁ ଭାରସାମ୍ୟରେ ବଞ୍ଚିବାକୁ ସୃଷ୍ଟି କରିଥିଲେ ଉପିାଦନ କରିବା ପାଇଁ ଅପଚୟ କରିବା ପାଇଁ ସୃଷ୍ଟି କରିବା ପାଇଁ ଆଉ ବ୍ୟବହାର କରିବା ପାଇଁ ଢ଼ାଳି ଦେବା ପାଇଁ ଆଉ ପୂର୍ଣ୍ଣ ହେବା ପାଇଁ ଯାହାଦ୍ୱାରା ଆମେ ପୁଣି ଢ଼ାଳି ଦେଇ ପାରିବା ।ହେଲେ, ଆମର ଭଗ୍ନ ଜଗତରେ ଲୋକେ ଈଶ୍ୱରଙ୍କ ଯୋଜନାର ପ୍ରତ୍ୟାଖ୍ୟାନ କରିଛନ୍ତ ଆଉ ଅେନକେ ତାଙ୍କ ଶକ୍ତି ଖର୍ଚ୍ଚ କରନ୍ତି ଈଶ୍ୱରଙ୍କ ସମୀକରଣକୁ ଆଂଶିକ ଭାବେ ବଞ୍ଚି । ସେମାନେ ଶିଖନ୍ତି ହେଲେ ସେମାନେ ବାଣ୍ଟନ୍ତି ନାହିଁ ସେମାନେ ପୂର୍ଣ୍ଣ ହୁଅନ୍ତି ମାତ୍ର କଦାପି ଢ଼ାଳନ୍ତି ନାହିଁ ସେମାନେ ଅପଚୟ କରନ୍ତି ମାତ୍ର ଉପିାଦନ କରନ୍ତି ନାହିଁ ।

ଯଦି ଆମେ ଶିଷ୍ୟ କରିବାକୁ ଯାଉଛେ ଯିଏ ବହୁଗୁଣିତ କରିବେ ତେବେ ଆମକୁ ସେମାନଙ୍କ ସହ ବାଣ୍ଟିବାକୁ ହେବ କିପରି ସେମାନେ ଉତ୍ପାଦକ ହୋଇପାରିବେ ଖାଲି ଉପଭୋକ୍ତା ନୁହେ ।

ଶୁଣନ୍ତୁ ଏହିପରି - ଏକ ଅବଲୋକନ ଭାବରେ ଚାରିଟି ଉପାୟରେ ଆମର ଆତ୍ମିକ ବୃଦ୍ଧି କରିବା ପାଇଁ ଈଶ୍ୱର ତାଙ୍କ ଲିଖିତ ବାକ୍ୟ ବ୍ୟବହାର କରନ୍ତି ଯାହାକୁ ଆମେ ଧର୍ମଶାସ୍ତ୍ର କିମ୍ବା ବାଇବଲ କହୁ ।

ପ୍ରତ୍ୟେତ ଶିଷ୍ୟ ଧର୍ମଶାସ୍ତ୍ର ଶିଖିବାକୁ, ବ୍ୟାଖ୍ୟା କରିବାକୁ, ଓ ପ୍ରୟୋଗ କରିବାକୁ ସଜ୍ଜିତ ରହିବା ଉଚିତ । ହଜାର ହଜାର ବର୍ଷ ଧରି ଆଉ ଅେନକ ବିଭିନ୍ନ ଲେଖକଙ୍କ ମାଧ୍ୟମରେ ଈଶ୍ୱର ବିଶ୍ୱସ୍ତ ଲୋକମାନଙ୍କର ହୃଦୟକୁ ତାଙ୍କ ବାକ୍ୟ କହିଲେ ଯିଏ ଯାହା ଶୁଣିଲେ ତାକୁ ଲେଖି ପକାଇଲେ ଆଉ ବାଣ୍ଟିଲେ । ଧର୍ମଶାସ୍ତ୍ରଗୁଡିକ ଆମକୁ ଈଶ୍ୱରଙ୍କ କାହାଣୀ, ତାଙ୍କ ଯୋଜନା, ତାଙ୍କ ହୃଦୟ, ତାଙ୍କ ଉପାୟଗୁଡିକ ବିଷୟରେ ଶିଖାନ୍ତି ।

ଏକ ପୂର୍ବ ସେସନ୍‌ରେ ଆପଣ ଶିଖିଥିଲେ ଦୁଇଟି ସରଳ ଉପକରଣ ବିଷୟରେ ଏସ୍‌ଓଏପିଏସ୍‌ ବାଇବଲ ଅଧ୍ୟୟନ ଆଉ ଉତ୍ତରଦାୟୀ ସମୂହ । ଆଗାମୀ ଏକ ସେସନ୍‌ରେ ଆପଣ ଶିଖିବେ ଆଉ ଏକ ସରଳ ଉପକରଣ ତିନିତୃତୀୟାଂଶ ଦଳ ବିଷୟରେ । ଏହି ତିନୋଟି ଉପକରଣ ନୂତନ ଅନୁଗାମୀଙ୍କୁ ଈଶ୍ୱରଙ୍କ ଲିଖିତ ବାକ୍ୟକୁ ଶିଖିବା, ବ୍ୟାଖ୍ୟା କରିବା ପ୍ରୟୋଗ କରିବାରେ ସଜ୍ଜିତ କରିବା ପାଇଁ ଏକତ୍ର କାମ କରନ୍ତି । ସେମାନେ କେବଳ ଈଶ୍ୱରଙ୍କ ବାକ୍ୟର ଶ୍ରୋତା ହେବାକୁ ଶିଖିବେ ନାହିଁ ବରଂ କର୍ମକାରୀ ଓ ବଣ୍ଟନକାରୀ ହେବାକୁ ମଧ୍ୟ ଶିଖିବେ ।

ଆମର ଆତ୍ମିକ ବୃଦ୍ଧି କରିବା ପାଇଁ ଈଶ୍ୱର ତାଙ୍କ କଥିତ ବାକ୍ୟ ମଧ୍ୟ ବ୍ୟବହାର କରନ୍ତି - ଯାହାକୁ ଆମେ ପ୍ରାର୍ଥନା ମାଧ୍ୟମରେ ଚିହ୍ନିପାରୁ । ପ୍ରାର୍ଥନା ହେଉଛି ଈଶ୍ୱରଙ୍କୁ କହିବା ଏବଂ ଶୁଣିବା ଈଶ୍ୱରଙ୍କୁ ଅନ୍ତରଙ୍ଗ ଭାବେ ଜାଣିବାରେ ଓ ତାଙ୍କ ହୃଦୟ, ତାଙ୍କ ଇଚ୍ଛା ତାଙ୍କ ଉପାୟଗୁଡିକୁ ବୁଝିବାରେ ପ୍ରାର୍ଥନା ଆମକୁ ସାହାଯ୍ୟ କରେ । ପ୍ରାର୍ଥନା ଆମକୁ ସାହାଯ୍ୟ କରେ ସେବା କାର୍ଯ୍ୟରେ ଓ ଅନ୍ୟମାନଙ୍କ ସେବା କରିବାରେ ଆମକୁ ନିର୍ଦ୍ଦିଷ୍ଟ ଉପାୟଗୁଡିକୁ ଶିଖିବା ଓ ବାଣ୍ଟିବାରେ ସାହାଯ୍ୟ କରେ ଯାହା ବ୍ୟକ୍ତି ବିଶେଷ କିମ୍ବା ଦଳକୁ ଈଶ୍ୱରଙ୍କ ବିଷୟରେ ଅଧିକ ଭଲ ଭାବେ ଜାଣିବାରେ ସାହାଯ୍ୟ କରେ ।

ଦୁଇଟି ସରଳ ଉପକରଣ ପ୍ରାର୍ଥନା ଆଚରଣ ଓ ପ୍ରାର୍ଥନା ଚକ୍ର ଅନୁଗାମୀମାନଙ୍କୁ ଏକ ବ୍ୟକ୍ତିଗତ ପ୍ରାର୍ଥନା ଜୀବନ ବିକାଶ କରିବାରେ ଅନ୍ୟମାନଙ୍କ ସାହାଯ୍ୟ ପାଇଁ ପ୍ରାର୍ଥନାର ବିଭିନ୍ନ ଉପାୟ ବିଷୟରେ ଜାଣିବାରେ ସାହାଯ୍ୟ କରେ । ଏହି ଉପକରଣଗୁଡିକ ନଅଟକି ପ୍ରାର୍ଥନା କରିବାର ଅଭ୍ୟାସକୁ ବିକାଶ କରିବାରେ ଆଉ କେବଳ ଯାହା ଦେଖୁଛେ ତାହା ଉପରେ ନିର୍ଭର ନକରି ଏକ ଆତ୍ମିକ ଦୃଷ୍ଟିକୋଣରୁ ଜଗତକୁ ଦେଖିବାକୁ ଶିଖିବାରେ ସାହାଯ୍ୟ କରିବ ।

ଅବିରତ ବ୍ୟବହାରରେ, ସେଗୁଡିକ ଯୀଶୁଙ୍କର ଜଣେ ଅନୁଗାମୀକୁ ସେମାନଙ୍କ ପ୍ରାର୍ଥନା କରିବାର ଓ ଈଶ୍ୱରଙ୍କଠାରୁ ଶୁଣି ତାକୁ ବାଣ୍ଟିବାର କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରନ୍ତି ।

ଆମକୁ ଆତ୍ମିକ ରୂପେ ବୃଦ୍ଧି କରିବା ପାଇଁ ଈଶ୍ୱର ତାଙ୍କ ବିଶ୍ୱସୀମାନଙ୍କ ସାମୁହିକ ଶରୀରକୁ ବ୍ୟବହାର କରନ୍ତି, ଯାହାକୁ ଆମେ ମଣ୍ଡଳୀ କିମ୍ବା ଖ୍ରୀଷ୍ଟାନୁଗାମୀ ସମୂହ କହୁ । ବିଶ୍ୱସୀମାନଙ୍କ ସମୂହ ଭାବରେ ଆମେ ସଂଯୁକ୍ତ । ଈଶ୍ୱରଙ୍କ ବାକ୍ୟ କହେ ଯେ ଖ୍ରୀଷ୍ଟଙ୍କଠାରେ ଆମ୍ଭେ ଏକ ଶରୀରର ଅେନକ ଅଙ୍ଗ, ଓ ଆମ୍ଭେ ପରସ୍ପରର ସମ୍ପତ୍ତି ଅନ୍ୟ ଭାଷାରେ ଆମେ କେବଳ ଈଶ୍ୱଙ୍କ ସହ ସଂଯୁକ୍ତ ନୋହୁଁ, ଆମେ ପରସ୍ପର ସହିତ ସଂଯୁକ୍ତ ମଧ୍ୟ ।

ଈଶ୍ୱରଙ୍କ କହନ୍ତି ପରସ୍ପର ପ୍ରତି ସମର୍ପିତ ରୁହ । ଈଶ୍ୱରଙ୍କ କହନ୍ତି ପରସ୍ପରର ସେବା କର ।  ଆମ ପ୍ରତ୍ୟେକଙ୍କର ଭିନ୍ନ ଶକ୍ତି ଅଛି । ଆଉ ପ୍ରତ୍ୟେକଙ୍କର ଦୁର୍ବଳତାବି ଅଛି । ଈଶ୍ୱର ଆଶା କରନ୍ତି ଆମେ ଆମ ଶକ୍ତିର ବ୍ୟବହାର କରି ଦୁର୍ବଳମାନଙ୍କୁ ସାହାଯ୍ୟ କରୁ । ଆଉ ସେ ଆଶା କରନ୍ତି ଯେ ଆମେ ଆମର ଦୁର୍ବଳତାରେ ସେ ଯାହାଙ୍କୁ ଶକ୍ତି ଦେଇଛନ୍ତି ତାଙ୍କଠାରୁ ସାହାଯ୍ୟ ନେଉ ।  ତିନିତୃତୀୟାଂଶ ଦଳ, ଉତ୍ତରଦାୟୀ ସମୂହ ଆଉ ସହକର୍ମୀ ଉପଦେଶ ପରି ସରଳ ଉପକରଣଗୁଡିକ ଆମକୁ ପରସ୍ପରକୁ ପ୍ରେମ କରିବାକୁ, ଈଶ୍ୱରଙ୍କ କଥାକୁ ମାନି ପାଳନ କରିବାକୁ ଓ ଶିଖିଥିବା ବାକ୍ୟକୁ ଅନ୍ୟମାନଙ୍କ ସହ ବାଣ୍ଟିବାକୁ ଉତ୍ସାହିତ କରିବାରେ ସାହାଯ୍ୟ କରନ୍ତି ।

ଈଶ୍ୱର ଉତ୍ପୀଡ଼ନ ଓ କଷ୍ଟଭୋଗ, ବଳିଦାନ ଓ କ୍ଷତିର ମଧ୍ୟ ବ୍ୟବହାର କରନ୍ତି, ଯାହା ଆମେ ଯୀଶୁଙ୍କ ତରଫରୁ ଭୋଗକରୁ , ଆତ୍ମିକ ରୂପେ ବୃଦ୍ଧି ପାଇବା ପାଇଁ । ଆମେ ଯୀଶୁଙ୍କୁ ପ୍ରେମ କରୁ ଓ ମାନୁ ବୋଲି ଯେବେ ଲୋକେ ଆମର ଦମନ କରନ୍ତି ଓ କଷ୍ଟ ଦିଅନ୍ତି କିମ୍ବା ଯେବେ ଆମେ ଯୀଶୁଙ୍କୁ ପ୍ରେମ କରୁଥିବା ଓ ମାନୁଥିବା ସତ୍ତେ୍ୱ ମନ୍ଦ ବିଷୟ ସବୁ ଘଟେ ଈଶ୍ୱର ସେହି ଉତ୍ପୀଡ଼ନ ଓ କଷ୍ଟଭୋଗକୁ ବ୍ୟବହାର କରନ୍ତି ଆମ ଚରିତ୍ରକୁ ନିର୍ମଳ କରିବା ପାଇଁ ଆଉ ଆମକୁ ଅଧିକ ଯୀଶୁଙ୍କ ପରି କରିବା ପାଇଁ । ସେ ଆମ ଚରିତ୍ରର ବିକାଶ କରନ୍ତି ଆମ ବିଶ୍ୱାସକୁ ଦୃଢ଼ ଓ ପରିଷ୍କୃତ କରନ୍ତି ଆମକୁ ସେବା ପାଇଁ ସଜ୍ଜିତ କରନ୍ତି ବିଶେଷ ରୂପରେ କଷ୍ଟ ପାଉଥିବା ଲୋକଙ୍କ ସେବା ପାଇଁ । ଏସବୁ ମଧ୍ୟରେ ନିଜକୁ ଅଧିକ ସ୍ପଷ୍ଟ କରନ୍ତି ସେ ସବୁ ଲୋକଙ୍କ ଆଗରେ ଯିଏ ଆମ ପୀଡାକୁ ଜାଣନ୍ତି । ଈଶ୍ୱର ଆମକୁ କହନ୍ତି ଯେ ଯୀଶୁଙ୍କ ଅନୁଗାମୀ ଭାବରେ ଆମେ ଉପିୀଡିତ ହେବାର ଆଶା ରଖିବା ଉଚିତ ।

ଯୀଶୁ କହିଲେ - ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ । କିନ୍ତୁ ତୁମ୍ଭମାନେ ଧନ୍ୟ । ତେଣୁ ଖୁସି ହୋଇ ଆନନ୍ଦ କର । କାରଣ ସ୍ୱର୍ଗରେ ତୁମ୍ଭମାନେ ଏକ ମହତ୍‌ ପୁରସ୍କାର ପାଇବ । ତୁମ୍ଭ ପୂର୍ବବର୍ତ୍ତୀ ଭବୀଷ୍ୟଦ୍‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହି ଭଳି ଯାତନା ଦେଇଥିଲେ ।

ତିନିତୃତୀୟାଂଶ ଦଳ, ଆଉ ଉତ୍ତରଦାୟୀ ସମୂହ ପରି ସରଳ ଉପକରଣଗୁଡିକ ଯୀଶୁଙ୍କ ଅନୁଗାମୀମାନଙ୍କୁ ସୁଯୋଗ ଦିଏ ସେମାନେ ଭୋଗୁଥିବା ଉତ୍ପୀଡ଼ନ ଓ ଯାତନାକୁ ବାଣ୍ଟିବା ପାଇଁ ଏହି ଦଳଗୁଡିକ ଆପଣଙ୍କୁ ଏକ ସୁଯୋଗ ଦିଏ ଶିଷ୍ୟମାନଙ୍କୁ ଶିକ୍ଷା ଦେବାକୁ ଯେ ଈଶ୍ୱରଙ୍କ ବାକ୍ୟ କହେ ସେମାନେ କଷ୍ଟ ସମୟ ଆଶା କରିବା କଥା । ଆଉ ଈଶ୍ୱରଙ୍କ ପ୍ରେମରେ ବିଶ୍ୱାସ ରଖି ଭଲ ରୂପେ ତାର ଉତ୍ତର ଦେବା କଥା ।

ତିନିତୃତୀୟାଂଶ ଦଳ, ଆଉ ଉତ୍ତରଦାୟୀ ସମୂହ ପରି ସରଳ ଉପକରଣଗୁଡିକ ଯୀଶୁଙ୍କ ଅନୁଗାମୀମାନଙ୍କୁ ସୁଯୋଗ ଦିଏ ସେମାନେ ଭୋଗୁଥିବା ଉତ୍ପୀଡ଼ନ ଓ ଯାତନାକୁ ବାଣ୍ଟିବା ପାଇଁ ଏହି ଦଳଗୁଡିକ ଆପଣଙ୍କୁ ଏକ ସୁଯୋଗ ଦିଏ ଶିଷ୍ୟମାନଙ୍କୁ ଶିକ୍ଷା ଦେବାକୁ ଯେ ଈଶ୍ୱରଙ୍କ ବାକ୍ୟ କହେ ସେମାନେ କଷ୍ଟ ସମୟ ଆଶା କରିବା କଥା । ଆଉ ଈଶ୍ୱରଙ୍କ ପ୍ରେମରେ ବିଶ୍ୱାସ ରଖି ଭଲ ରୂପେ ତାର ଉତ୍ତର ଦେବା କଥା ।

ଧର୍ମଶାସ୍ତ୍ର। ପ୍ରାର୍ଥନା। ଶାରୀରିକ ଜୀବନ। ଉତ୍ପୀଡ଼ନ ଓ କଷ୍ଟଭୋଗ। ଏସବୁ ଉପାୟରେ ଈଶ୍ୱର ଆମର ବୃଦ୍ଧି କରନ୍ତି ଅଧିକତର ତାଙ୍କ ଆଦର୍ଶ ପୁତ୍ର ଯୀଶୁଙ୍କ ପରି ହେବାକୁ ।

ସରଳ ଉପକରଣଗୁଡିକ ଆମକୁ ଖାଲି ଈଶ୍ୱର ଦେଇଥିବା ଭଲ ଜିନିଷଗୁଡିକର ଉପଭୋକ୍ତା ହେବାରେ ସାହାଯ୍ୟ କରନ୍ତି ନାହିଁ ବରଂ ଉତ୍ପାଦକ ଓ ବଣ୍ଟନକାରୀ ହେବାରେ ମଧ୍ୟ ସାହାଯ୍ୟ କରନ୍ତି ।

ଚର୍ଚ୍ଚା କରନ୍ତୁ

(୧୦ ମିନିଟ)
  • ଉପରୋକ୍ତ ଚାରୋଟି କ୍ଷେତ୍ର (ପ୍ରାର୍ଥନା, ଈଶ୍ବରଙ୍କ ବାକ୍ୟ, ଇତ୍ୟାଦି) ମଧ୍ୟରୁ କେଉଁଟି ଆପଣ ପୂର୍ବରୁ ଅଭ୍ୟାସ କରୁଛନ୍ତି?
  • କେଉଁଗୁଡିକ ବିଷୟରେ ଆପଣ ନିଶ୍ଚିତ ନୁହଁନ୍ତି?
  • ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆପଣ କେତେ ପ୍ରସ୍ତୁତ ଅନୁଭବ କରନ୍ତି?

ପଢ଼ନ୍ତୁ

ପ୍ରାର୍ଥନା ଚକ୍ର

ଯୀଶୁ ଅଧିକାଂଶ ସମୟରେ ତାଙ୍କ ଅନୁଗାମୀମାନଙ୍କୁ ପ୍ରାର୍ଥନାର ଉଦ୍ଦେଶ୍ୟ, ଅଭ୍ୟାସ ଓ ପ୍ରତିଶ୍ରୁତିଗୁଡିକ ବିଷୟରେ ଶିକ୍ଷା ଦେଉଥିଲେ ।

ଯୀଶୁ କହିଲେ - ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ । ଖୋଜ ଏବଂ ତୁମ୍ଭେ ପାଇବ । ଦ୍ୱାର ଠକ୍‌ ଠକ୍‌ କର ଓ ତାହା ତୁମ୍ଭ ପାଇଁ ଖୋଲି ଯିବ । କାରଣ ଯେଉଁ ଲୋକ ମାଗୁଥାଏ, ସେ ପାଏ । ଯେଉଁ ଲୋକ ଖୋଜୁଥାଏ, ସେ ପାଏ । ଓ ଯେଉଁ ଲୋକ ଦ୍ୱାର ଠକ୍‌ ଠକ୍‌ କରୁଥାଏ, ତା ପାଇଁ କବାଟ ଖୋଲି ଯାଏ ।

ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ଶିକ୍ଷା ଦେଉଥିଲେ ଯେ ପ୍ରାର୍ଥନା ଏକ ସାର୍ବଜନିକ ପ୍ରଶଂସା, ସ୍ୱାର୍ଥପର ଇଚ୍ଛା ସୂଚୀ କିମ୍ବା ଅର୍ଥହୀନ ଭାଷଣ ନୁହେଁ ଯାହାର ଆମେ ବାରମ୍ବାର ପୁନରାବୃତ୍ତି କରୁଥାଉ ।

ଯୀଶୁ ଆମକୁ ଦେଖାଇଲେଯେ ପ୍ରାର୍ଥନାରେ ଶକ୍ତି ଅଛି କାରଣ ଏହା ଆମକୁ ପ୍ରେମ କରୁଥିବା ଆମର ସ୍ୱର୍ଗସ୍ଥ ପିତାଙ୍କ ସହ ଏକ ସିଧା ଓ ଅନବରତ ବାର୍ତ୍ତାଳାପ । କୌଣସି ଭଲ କଥୋପକଥନ ପରି ଏକ ଭଲ ପ୍ରାର୍ଥନାର ମାନେ ହେଲା ଉଭୟ ପକ୍ଷଙ୍କୁ ଶୁଣିବାକୁ ମିଳେ ଆଉ କହିବାକୁବି ମିଳେ । ମାତ୍ର ବିଶ୍ୱର ସ୍ରଷ୍ଟା ଈଶ୍ୱରଙ୍କ ସହ କଥାବାର୍ତ୍ତା କରିବା ଭୟପ୍ରଦ ଲାଗେ ଆଉ ବାସ୍ତବରେ କିଛି ଉତ୍ତର ଶୁଣିବା । ଅଧିକାଂଶ ଲୋକଙ୍କ ପାଇଁ ତାହା ସମ୍ପୂର୍ଣ୍ଣ ଭୟାନକ ହୋଇପାରେ ।

ଭଲ ଖବର ହେଉଛି ଯେ ପ୍ରାର୍ଥନାରେ ବିକାଶ କରିବା ଆମକୁ ପ୍ରେମ କରୁଥିବା ଈଶ୍ୱରଙ୍କ ସହ ଅଧିକ ଭଲ ଓ ଗଭୀରତର କଥାବାର୍ତ୍ତା କେବଳ ସମ୍ଭବ ନୁହେଁ ବରଂ ଈଶ୍ୱର ଠିକ୍‌ ତାହାହିଁ ଚାହାଁନ୍ତି ।

ମାତ୍ର ଯେବେ ପ୍ରାର୍ଥନା ଏକ ନୂଆ ଭାଷା ଶିଖିବା ପରି ଲାଗେ ଆପଣ କିପରି ଅଧିକ ଭଲ କରିବେ? ଉତ୍ତର ହେଉଛି ସହଜ ଆପଣ ଅଭ୍ୟାସ କରିବେ । ପ୍ରାର୍ଥନା ଚକ୍ର ହେଉଛି ପ୍ରାର୍ଥନା ଅଭ୍ୟାସ କରିବା ପାଇଁ ଏକ ସରଳ ଉପକରଣ ଯାହାକୁ ଆପଣ ନିଜେ ବ୍ୟବହାର କରିପାରିବେ ଆଉ ଯେକୌଣସି ଅନୁଗାମୀଙ୍କ ସହ ବାଣ୍ଟି ପାରିବେ ।

ପ୍ରତ୍ୟେକ ୫ ମିନିଟ୍‌ ର କେବଳ ୧୨ଟି ସରଳ ସୋପାନରେ ପ୍ରାର୍ଥନା ଚକ୍ର ଆପଣଙ୍କୁ ପ୍ରାର୍ଥନା କରିବାକୁ ବାଇବଲ ଶିଖାଉଥିବା ୧୨ଟି ମାର୍ଗ ମଧ୍ୟ ଦେଇ ପଥପ୍ରଦର୍ଶନ କରେ । ଶେଷରେ ଆପଣ ଘଣ୍ଟାଏ ପାଇଁ ପ୍ରାର୍ଥନା କରନ୍ତି । ବାଇବଲ୍‌ ଆମକୁ କହେ - କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ । ଆମ ଭିତରୁ ଅନେକେ କହିପାରିବେନି ଆମେ ତାହା କରୁ । ମାତ୍ର ଏହି ଘଣ୍ଟାଏ ପ୍ରାର୍ଥନା ପରେ ଆପଣ ଗୋଟିଏ ସୋପାନ ପାଖେଇ ଆସିବେ ।

ପ୍ରାର୍ଥନା ଚକ୍ର ଆଉ ଏକ ସରଳ ଉପକରଣ ଯୁମେ ଟୁଲ୍‌କିଟ୍‌ରେ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(୬୦ ମିନିଟ୍)

ପ୍ରାର୍ଥନା ଚକ୍ର

  • ବ୍ୟକ୍ତିଗତ ଭାବରେ ଏକ ଘଣ୍ଟା ପାଇଁ ପ୍ରାର୍ଥନା ଚକ୍ର ପ୍ରାର୍ଥନା କରନ୍ତୁ
  • ଗୋଷ୍ଠୀକୁ ଫେରିବାକୁ ଏବଂ ପୁନଃ ଯୋଗାଯୋଗ କରିବାକୁ ଏକ ସମୟ ନିର୍ଦ୍ଧାରଣ କରନ୍ତୁ। ସମସ୍ତେ ପ୍ରାର୍ଥନା କରିବା ପାଇଁ ଏକ ନିରବ ସ୍ଥାନ ଖୋଜିବା ପାଇଁ ଏବଂ ପୁଣିଥରେ ଦଳକୁ ଫେରିବା ପାଇଁ ନିଶ୍ଚିତ ଭାବରେ କିଛି ଅତିରିକ୍ତ ମିନିଟ୍ ଯୋଗ କରନ୍ତୁ ।

କେବଳ ୧୨ଟି ସରଳ ସୋପାନରେ - ପ୍ରତିଟି ୫ ମିନିଟ୍ ଲେଖାଏଁ - ବାଇବଲ ଆମକୁ ପ୍ରାର୍ଥନା କରିବାକୁ ଯେପରି ଶିକ୍ଷା ଦିଏ, ଏହି ପ୍ରାର୍ଥନା ଚକ୍ର ଆପଣଙ୍କୁ ସେହିପରି ବାରଟି ଉପାୟରେ ପରିଚାଳନା ଦେଇଥାଏ  ।  ଶେଷରେ, ଆପଣଙ୍କୁ ଗୋଟିଏ ଘଣ୍ଟା ଧରି ପ୍ରାର୍ଥନା କରିବାକୁ ପଡ଼ିବ  ।